ଫଗୁଣର ପ୍ରୀତି


 ଫଗୁଣର ପ୍ରୀତି ଭରା ଚାହାଣୀରେ

ପ୍ରିୟା ତାର ଖୋଜୁଥାଏ ମନର ମଣିଷ

ଲାଜୁଆ ଭାବନାରେ ଆକ୍ରାନ୍ତ ଶରୀର

ମନେ ମନେ ଆଣୁଥାଏ ଟିକିଏ ଆକ୍ରୋଶ ।



ଫଗୁଣର ଫଗୁରଙ୍ଗେ ଭାରାକ୍ରାନ୍ତ ମନ

ବୁଝେନି କଦାପି ସିଏ ଭାବେ ରାତିଦିନ

ଭାବନାର ନଦୀ କୂଳେ ଭାବୁଥାଏ ବସି

ଫଗୁଣ ଫେରିବ କେବେ ଧରି ପ୍ରିୟା ମନ ।



ଇନ୍ଦ୍ରଧନୁର ସପ୍ତରଙ୍ଗଟା ହୃଦୟକୁ ନିଏ ଜିଣି

ରଙ୍ଗ ଆକାଶେ ମତୁଆଲା ହୋଇ 

ମନ ହୋଇଯାଏ କିଣି  

ପ୍ରଜାପତି ପରି ମନ ଉଡିବୁଲେ 

ପ୍ରେମର ପରଶ ପାଇ

ପହିଲି ଫଗୁଣ ପହିଲି ପରଶେ 

ପ୍ରିୟା ଯାଏ ଟିକିଏ ଲାଜେଇ ।



ରଙ୍ଗ ଅଭିର ରେ ଗୋଲାପି ମୁହଁ ଟା 

ପଡ଼ିଯାଏ ଲାଲି ଲାଗେ ଭାରି ମିଠା ମିଠା 

ଅଭିର ରଙ୍ଗଟା ଗାଲେ ଲାଗିଗଲେ 

ପ୍ରିୟା ମାନସୀ ହୋଇଯାଏ ଟିକିଏ ମିଠା

ଗାଲେ ଲାଗି ଗଲେ ଅଭିର ରଙ୍ଗର ଛିଟା ।



ବସନ୍ତ ଫଗୁଣ ଭାରି ଅମାନିଆ 

ପ୍ରିୟା ମନ ହୋଇଯାଏ ଚୋରି

ପ୍ରିତୀର ପରଶ ଜହ୍ନରାତି ପରି

ପ୍ରିୟା ଗାଲେ ଅବିର ଖେଳଇ ହୋଲି ।

©® ଅକ୍ଷୟ ସାହୁ