ଜୀବନର ବେଳାଭୂମି

ଜୀବନ ବେଳାଭୂମି ପରେ ସହସ୍ର ପାଦ ଚିହ୍ନ ଥିଲା

ସବୁ ଲିଭିଗଲା ଗୋଟିଏ କିନ୍ତୁ ହୃଦୟ କାଁଥେ ଛାପି ହୋଇ

ମୋତେ କାବୁ କଲା ଯେବେ ସେ ପାଦ ଥାପିଲା

ସ୍ୱପ୍ନରେ ଇନ୍ଦ୍ରଧନୁ ହସି ବରଷାରେ ଭିଜୁଥିଲା

ଶୋଷ ପହଁରୁଥିଲା ବୟସ ପୋଖରୀରେ।



ଆଖି ବୁଜିଲେ ତା ମୁହଁ ମୋ ଘର ଛାତ, କାନ୍ଥ, ବାଡ଼

ବହି, ଖାତା ଆକାଶ, ଜହ୍ନ, ମାଟି

ସବୁଆଡେ ଦୃଶ୍ୟମାନ ହୋଇ

ମୋତେ ମୋଠାରୁ ଛଡେଇ ନେଲା ନିରୁର୍ଦ୍ଦିଷ୍ଟ ହେଲେ

ମୋ ଖୁସି ପାହାଡ଼ ଚଢ଼ିଲେ ସମୁଦ୍ରକୁ କୁଦା ମାରି।



ମୁଁ ଅନ୍ଧ ଭାବେ ତାକୁ ଗୋଟା ପଣେ ଜାବୁଡି ଧଇଲି

ସେ ମେଣ୍ଢା କଲା ଗଦ ଶୁଂଘେଇଲା ସକାଳ ହେବା ପୂର୍ବରୁ

ମୋତେ ଠେଲି ଦେଇ ଭାଙ୍ଗି ବାଲି ଘର

ସେ ଛିଟ ପ୍ରଜାପତି ଟା ଫୁର୍ କିନା ଉଡ଼ିଗଲା ନୀଳ ମାୟାରେ।



ମୁଁ ବେଳାଭୂମି ଢେଉ, ଜୁଆର ଧକ୍କା ସହେ

ପାଦ ଆଙ୍କେ ବାର ବାର ଢେଉ ଲିଭାଏ ଜିଦିରେ

ମୁଁ କେଡେ ନିର୍ବୋଧ ଚିଲାଆଖିଆ ଟା ମୋତେ ଧୋକା ଦେଇ

ସାଗର ପ୍ରେମରେ ହଜିଥିଲା ଝାଉଁ ବଣ ଛାପିଛାପିକା ଆଲୁଅରେ

ଅର୍ଣ୍ଣବ ଦେହରେ ସାପ ପରି ଗୁଡେଇ ହୋଇ

ଜହ୍ନର ଜୋଛନାରେ ହଜୁଥିଲା ମଲା ଶାମୁକା ସାଉଁଟୁ ଥିଲି ମୁଁ।



କିଛି ପ୍ରେମର ଭାଗ୍ୟ ଏମିତି ସମାଧି ଦେବାକୁ ହୁଏ

ଲୁହ ରୂପେ ନିତି ମେଘ ହୋଇ ବରଷି

ଭିଜାଉଥାଏ ଦେହ ମନ ମିଠା ଦରଜରେ

ଭାଙ୍ଗି ପଡେ ବୟସ ଆୟୁଷ କୋଇଲି ତୁନି ପଡି ଯାଏ

ଫୁଗୁଣ ବାଟ ଭାଙ୍ଗି ଚାଲିଯାଏ

ବଉଳ ବାସ୍ନା ଆକ୍ତାମାକ୍ତା କରେ କୃଷଚୁଡା ଅଟ୍ଟାହାସ୍ୟ 

ପାପୁଲିରେ ତୋଳି ନିଏ ଇପ୍ସିତ ପ୍ରେମର ଲାଭାକୁ।

©® ଅକ୍ଷୟ ସାହୁ