ଜୀବନ ର ହିସାବ



କିଛି ଜୀବନରେ ଲୋଡ଼ା ହୁଏ ଆଉ 

କିଛିଟା ଅଲୋଡା ରୁହେ 

କିଛି ପାଇବାରେ କିଛି ଖୋଜିବାରେ 

ଦିନ ଯାଇ ସଞ୍ଜ ହୁଏ ,

କିଛି ବହିଯାଏ ସମୟ ସୁଅରେ 

ଦିନ ବିତିଗଲା ପରେ 

କିଛି ରହିଯାଏ ରାତି ସପନକୁ 

ସ୍ମୃତିର ଫରୁଆଟିରେ ,

କିଛି ପଢ଼ା ହୁଏ ଆଖି ଲୁହ ପିଇ 

ବେଦନା ପ୍ରଦୀପ ଜାଳି 

କିଛି ଅପଢାରେ ପଡି ରହିଯାଏ 

ଟିକେ ଖୁସିଗଲେ ମିଳି ,

କିଛି ଧୋଇଯାଏ କିଛି ରହିଯାଏ 

ଗାରେ ହସ ଧାରେ ଲୁହେ

ୟେ ‘ତ ଜୀବନର ଦେଣା ପାଉଣାର 

ହିସାବ ଡାୟେରୀ ଟିଏ .. ।। 

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!