ଆସିଛି ହୋଲି



 ରାଧା ପ୍ରେମେ ପଡି କୃଷ୍ଣ ରାୟ ହୋଲି

ବ୍ରଜ ରାଜ୍ୟେ ଖେଳି ଥାଏ

ମହାଭାରତର କାଳୁ କାଳ ଯାଏଁ

ଏ ପର୍ବ ପାଳିତ ହୁଏ !


ହିରଣ୍ୟ କାଶ୍ୟପ ଭଉଣୀ ହୋଲିକା

ଭାଇର ଆଦେଶ ପାଳି

ଖେଳି ଥିଲା ଦିନେ ପ୍ରହଲ୍ଲାଦ ସଙ୍ଗେ

ନିଆଁରେ ହେଲା ସେ ବୋଳି !


ବସନ୍ତ ରୁତର ଆଗମନୀ ବାର୍ତ୍ତା

କହିବା ପାଇଁ ତ ହୋଲି

ପର୍ବ ଯେ ପାଳିତ ସଚରାଚରେ

ରଙ୍ଗୋଲୀ ଆସିଛି ବୋଲି !


ନୂଆ ଆଶା ଆଉ ଉଦ୍ଦୀପନା ଧରି

ଏହି ପର୍ବ ଆସିଥାଏ

ମହାସମାରୋହେ ସର୍ବେ ପାଳି ଥାଏ

ଏକାକାର ହୋଇଯାଏ !


ଖରାପ ଉପରେ ଭଲର ବିଜୟ

ଅଟେ ପର୍ବର ମହତ୍ତ୍ୱ

ଭଲ ପାଇବାର ଅମନ୍ଦ ମନ୍ତ୍ରଟି

ହୋଲି ପର୍ବ ବିଶେଷତଃ !


ଆସିଛିରେ ଭାଇ ଆସିଛି ହୋଲି ଯେ

ସର୍ବେ ଆମୋଦିତ ହେବେ

ରଙ୍ଗ ବୋଳାବୋଳି ହେବେ ପରସ୍ପରେ

ସର୍ବେ ଖୁସି ବାଣ୍ଟୁ ଥିବେ !


ରଙ୍ଗ ବେରଙ୍ଗର ରଙ୍ଗେ ରଙ୍ଗୀ ହୋଇ

ଜିଣିବା ସକଳ ମନ

ଭୂଲି ଯିବା ଆଜି ଦିନକ ପାଇଁ ତ

କିଏ ବଡ଼ କିଏ ସାନ !


ଆସିଛିରେ ଯେଣୁ ଆସିଛି ହୋଲି ଯେ

ରଙ୍ଗ ମୁଁ ହୋଇଛି ବୋଳି

ସକଳ ବଦନେ ରଙ୍ଗ ମୁଁ ବୋଳୁଛି

ରଙ୍ଗିଲା ଦିଶୁଛି ଭାରି !


ଭୁଲିବାନି କେବେ ଦେଶ ପରମ୍ପରା

ଓଡ଼ିଆଣୀ ଘର ସଂସ୍କୃତି

ରଖିବା ଯେ ଟେକ ଏ ଦେଶ ମାଟିର

ଅତୀତ ସ୍ମୃତିକୁ ସ୍ମରି !

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!