ରଙ୍ଗ ପିଚିକାରୀ

 

ବରଷକ ପରେ ପୁଣି ଶ୍ରୀରାଧା ଗୋବିନ୍ଦ 

       ବସନ୍ତ ଦୋଳିରେ ବସି ଝୁଲ ମନ୍ଦ ମନ୍ଦ ।

କେତେ ଫଗୁ କେତେ ରଙ୍ଗ କେତେ ପିଚିକାରୀ 

      ମାରି ଆଜି ଘରେ ଘରେ ଖେଳାଉଛ ହୋରି l

ଝୁଲାଇବା ପାଇଁ ହାତ ବଢାଏ ମୁଁ ଥରେ 

       ଲାଗେ ତୁମେ ବସିଅଛ ମହାଆନନ୍ଦରେ  ।

ତିଳେ ଭଲ ମନ୍ଦ ନାହିଁ ତୁମର ବିଚାର 

     ନ ଝୁଲି ଦୋଳି ତୁମର ହୃଦ ଝୁଲେ ମୋର ।

ମୋ ମନ ଦୋଳିରେ ଝୁଲେ ଗୋଟିଏ ଦେବତା 

     କାଲିପରି ମନେପଡେ ଗୋଟି ଗୋଟି କଥା ।

କାହିଁ ପିଚିକାରୀ ହାତେ କାହିଁ ରଙ୍ଗ ମୋର 

        କେବଳ ଯା ନିଗିଡଇ ରକତର ଝର ।

ଆଞ୍ଜୁଳା ଆଞ୍ଜୁଳା ହାତେ ଧରି ସେ ଅବିର 

      ତୁମ ଦେହେ ପ୍ରଭୁ ବୋଳିଦିଏ ବାରମ୍ବାର ।

ଧରି ହାତେ ଅତୀତର ସେହି ପିଚିକାରୀ 

    ନିରନ୍ତରେ ତୁମ ପରେ ଦେଉଛି ମୁଁ ମାରି ।

ସେ ରକ୍ତେ ରଞ୍ଜିତ କରେ ତୁମ କଳେବର 

    କୁହ ପ୍ରଭୁ ଖେଳିବାକୁ କେ ଅଛି ମୋହର ।

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!