ସିନ୍ଥି ପଡ଼ିଛି ଖାଲି


 ଆଖିରେ ମାଖିଲି କଜଳ ଯତନେ

ପାଦରେ ଅଳତା ଗାର
ଦିହରେ ଲେପିଲି ହଳଦି ବାଟଣ
ମୁହଁରେ ଲବଣୀ ସର

ସିନ୍ଥି ପଡ଼ିଛି ଖାଲି
କିଏ ଲେପି ଦେବ ସିନ୍ଥିରେ ସିନ୍ଦୂର
କା’ ହାତ ହୋଇବ ସିନ୍ଦୂରେ ନାଲି
ସିନ୍ଥି ପଡ଼ିଛି ଖାଲି

କପାଳେ ଥାପିଲି ବିନ୍ଦିର ଟିକିଲି
କେଶରେ ଅତର ଧାର
ରୁଞ୍ଜ ପରି ଓଠ ରଙ୍ଗେଇ ବସିଲି
ହାତେ ମଞ୍ଜୁଆତି ଗାର
ସିନ୍ଥି ପଡ଼ିଛି ଖାଲି
କିଏ ଲେପିଦେବ ସିନ୍ଥିରେ ସିନ୍ଦୂର
କା’ ହାତ ହୋଇବ ସିନ୍ଦୂରେ ନାଲି
ସିନ୍ଥି ପଡ଼ିଛି ଖାଲି

ନଖରେ ନେସିଲି ନଖର ପାଲିସି
ନାକେ ସୁନା ନାକଚଣା
ହାତେ ବଟଫଳ କଟି ଚନ୍ଦ୍ରହାର
କାନେ କୁଣ୍ଡଳ ଗହଣା

ସିନ୍ଥି ପଡ଼ିଛି ଖାଲି
କିଏ ଲେପିଦେବ ସିନ୍ଥିରେ ସିନ୍ଦୂର
ଗୋପରେ ଗୁପତ ମୋ ଗଳାମାଳି
ସିନ୍ଥି ପଡ଼ିଛି ଖାଲି 

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!