ତୁମ ପରି ଛୋଟ ପିଲା ଟିଏ


 ତୁମ ପରି ଛୋଟ ପିଲାଟିଏ
ଗାଆଁ ଚାହାଳୀର ଚାଟ ସିଏ
ଚେହେରାଟି ତାର ଡଉଲ ଡାଉଲ
ପାଠରେ ତାହାର ସରି କିଏ ?

ଛାଡି ଯାଇଥିଲା ଦିନେ ଝଡି
ବାହାରିଲା ସିଏ ପାଠ ପଢି
ବାଟେ ଯାଉଯାଉ ଖସିଗଲା ଗୋଡ
ମୁଁହ ମାଡି ତଳେ ଗଲା ପଡି  ।

ଗୁରୁଜୀ ଦେଖିଲେ ଦେହ ତାର
ପାଣି କାଦୁଅ ରେ ସର ସର
ତିଳେହେଁ ସେଥିକୁ ଖାତିରି ନକରି
ଆସିଛି ହୋଇ ସେ ତର ବର  ।

ପଚାରିଲେ ଗୁରୁ ଏକି ହେଲା
ଏତେ ସରି ତୋତେ କିଏ କଲା
ପିଲାଟି କହିଲା ବେଗେ ଆସୁଆସୁ
କାଦୁଅରେ ଗୋଡ ଖସିଗଲା ।

ହେଲା ଦଶହରା ଛୁଟି ବେଳ
ପିଲାଟି ସଭିଙ୍କି କଲା ମେଳ
ମାଟି ଗୋଡି ବାଲି ପକାଇ ସଭିଏଁ
ଗାଆଁ ମାଟି କଲେ ସମତୁଲ  ।

©®ଅକ୍ଷୟ ସାହୁ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!