ନାରୀ

 

ସୃଷ୍ଟି ବିଲୟ ଯୁଗେ ଯୁଗେ ନାରୀ
    ନୁହନ୍ତି ସେ ଧର୍ଯ୍ୟ ହରା
ପ୍ରେମର ପିୟୁଷ ପୁରୁଷକୁ ଦେଇ
     ସାଜିଥାନ୍ତି ବସୁନ୍ଧରା  ||
ଶକ୍ତି ମୁକ୍ତି ଭକ୍ତି ଦେଇ ମନ ଜିଣି
     ଦାନବୀ ମାନବୀ ଦେବୀ
ଭଗିନି ଜନନୀ ଜାୟା ରୂପରେ 
     ପୁରୁଷଙ୍କର ସେ ଦାବୀ  ||
ମଙ୍ଗଳ କାରିଣୀ ସେନେହ ଦାୟିନୀ
      ସୃଷ୍ଟିର ଆଦ୍ୟ ବିନ୍ଦୁ
ବୋହୁଟିଏ ସାଜି ଦିଶଇ ଯେମିତି
      ପୂର୍ଣ୍ଣିମାର ସତେ ଇନ୍ଦୁ  ||
ଚରଣ ତାଙ୍କରି ପୂଜା ଅର୍ଚ୍ଚନାରେ
      ବଧାଉଛୁ ମାଆ ପରି
ସତ୍ୟ ତ୍ରେତୟା ଦ୍ଵାପର ଯୁଗରେ 
      କଳିରବି ଏଇ ନାରୀ ||
ନୁହଁନ୍ତି ସହଜ ମନେ ରଖି ଲାଜ
      ରଖିଥାନ୍ତି ପରମ୍ପରା
ରଚିଛି ଜଗତ ସବୁଠି ତା ହାତ 
      ସଂସ୍କୃତିର ଐକ୍ୟ ଧାରା ||

©®ଅକ୍ଷୟ ସାହୁ
©®ମନୋଜ ନାହାକ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!