ଗ୍ରୀଷ୍ମ ପ୍ରବାହ

 

ଜାଗ୍ରତ ହୁଅ ହେ ଭାଇବନ୍ଧୁଗଣ !
     ଆସିଲାଣି ଏବେ ଖରା!
ସଯାକ ହୋଇବା ସତର୍କ ହୋଇବା !
     ପାରିବା ଏହାକୁ ପରା !
ପ୍ରଖର ହେଲାଣି ନିଘାତ ଖରାଟି !
  ଅସହ୍ୟ ହେଉଛି ଭାଇ!
ସଜାଗ ନ ହେଲେ ବେମାରି ହୋଇବ !
    ଆଉ ମୁକ୍ତି ନାହିଁ ନାହିଁ !
ପଥିକ ହୋଇଲେ ପଗଡ଼ି ପିନ୍ଧିବା !
   ହାତେଧରି ଥିବା ଛତା !
ପିନ୍ଧିବା ପାଦପେ ଚପଲ ଯୋଡାକୁ !
     ନାହିଁ ତ ପାଦପ ବ୍ୟଥା !
ଧରିବା ବ୍ୟାଗରେ ପାଣି ବୋତଲକୁ!
     ଆଖିରେ ଚଷମା ପିନ୍ଧିବା !
ରଖିବାକୁ ଦେହ ଥଣ୍ଡା ରେ ସର୍ବଦା !
      ଧବଳ ଧୋତିକୁ ପିନ୍ଧିବା !
ଖାଇବା ସର୍ବଦା ପଖାଳ ଅନ୍ନ କୁ !
   କେବେ ଦହି ଚଲା ଭାତ !
ପିଇବାରେ ଆମେ ଲେମ୍ବୁ ପାଣି ଭାଇ !
      ତା ସାଥେ ଫଳ ସରବତ !

©® ଅକ୍ଷୟ ସାହୁ, ମନୋଜ ନାହାକ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!