ବିରହ ନିଆଁ

 

ମୁଁ ତ ଭଲ ଥିଲି ମୋର ଦୁନିଆରେ

   ପ୍ରୀତି ପରଶିଲୁ କାହିଁ ।

କାହିଁକି ଖେଳିଲୁ ଖେଳଣା ଭଳିଆ

   ମୋର ହୃଦୟକୁ ନେଇ ।।


ଭଲ ପାଇବାର ଅଭିନୟ କରି

   ଦେଇଗଲୁ ତୁହି ଧୋକା ।

ଚାଲିଗଲୁ ମୋର ହୃଦୟକୁ ନେଇ

   ପାଉନାହିଁ ତୋ'ର ଦେଖା ।।


ବିରହ ନିଆଁରେ ଜଳୁଛି ଆଜି ମୁଁ

   ଜଳୁଛି ମୋହରି ମନ ।

ଭଣ୍ଡି ଚାଲିଗଲୁ ମଧୁର ବଚନେ

   କହି କହି ମୋତେ ଧନ ।।


ଜାଣି ପାରିଲିନି ଛଳନା ତୋହର

   ସହଜେ ବିଶ୍ୱାସ କଲି ।

ପ୍ରେମ ବଦଳରେ ପାଇ ମୁଁ ବିରହ

    ଅପଦସ୍ତ ଆଜି ହେଲି ।।


ପ୍ରତାରଣା କରି ଖେଳୁଗଲୁ ପ୍ରିୟା

   ମୋହରି ବିଶ୍ୱାସ ସହ ।

ବିଶ୍ୱାସରେ ବିଷ ଭରିଦେଲୁ ତୁହିଁ

   ଉଠୁଛି ଆଜି ମୋ କୋହ ।।


©®ଅକ୍ଷୟ ସାହୁ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!